Latest Odisha News

BREAKING NEWS

ବଢୁଛି ସଂକ୍ରମଣ: ଦୁଇଦିନ ପାଇଁ ସଟଡାଉନ ଘୋଷଣା ହେଲା ଅନୁଗୁଳ ଜିଲ୍ଲା

ଅନୁଗୁଳ: ଅନ୍ୟ ଜିଲ୍ଲା ଭଳି ଅନୁଗୁଳରେ ମଧ୍ୟ ଧୀରେଧିରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧ ଓ ୨ ତାରିଖ ଦୁଇ ଦିନିଆ ସଟଡାଉନ ଘୋଷଣା ଜରାଯାଇଛି।

ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଦେଇଥିବା ସୁଚନା ଅନୁଯାୟୀ, ସମସ୍ତ ସାପ୍ତାହିକ ବଜାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଦୁଇ ଦିନ ଯାଏଁ ବନ୍ଦ ରହିବ ଏବଂ ସୋମବାର ଦିନ ସକାଳ ୭ ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଦୋକାନ ଏବଂ ବ୍ୟବସାୟ କେନ୍ଦ୍ରଗୁଡିକ ଖୋଲିବା ସମୟରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାନଗଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ସମୟରେ ଅତ୍ୟାବଶକୀୟ ସେବା ଯେପରି ଡାକ୍ତରଖାନା, ମେଡିସିନ୍ ଷ୍ଟୋର୍ ଏବଂ ଅଗ୍ନିଶମ ସେବା ଭଳି ଜରୁରୀକାଳୀନ ସେବା ଗୁଡିକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ପେଟ୍ରୋଲ ପମ୍ପ ଏବଂ ନିର୍ମାଣ କାର୍ଯ୍ୟ ପୂର୍ବ ଅନୁମତି ସହିତ ଜାରି ରହିବ ।

Comments are closed.