Latest Odisha News

BREAKING NEWS

ଭଦ୍ରକରେ ୧୦୦୦ ଡେଇଁଲା କରୋନା ସଂକ୍ରମଣ

ଭଦ୍ରକ: ଭଦ୍ରକରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦୬୮ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୭୯ ଲୋକାଲ୍ କେସ୍ ଏବଂ ୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

 

ଏଥିସହିତ ଲୋକାଲ୍ କେସ୍ ମଧ୍ୟରୁ ସର୍ବାଧିକ ୧୩ ଜଣ ଧାମନଗର ବ୍ଲକ୍‌, ଭଣ୍ଡାରୀପୋଖରୀ ଓ ଭଦ୍ରକ ମୁନିସିପାଲଟିରୁ ୧୨ ଜଣ ଲେଖାଏଁ, ଭଦ୍ରକ ବ୍ଲକରୁ ୧୦, ତିହିଡିରୁ ୯, ଧାମନଗର ଏନଏସିରୁ ୮, ବାସୁଦେବପୁର ମୁନିସିପାଲଟିରୁ ୬, ଚାନ୍ଦବାଲି ଏନଏସିରୁ ୪ ଏବଂ ବନ୍ତରୁ ୨ ଜଣ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ୩୩୧ଟି ସକ୍ରିୟ ମାମଲା ରହିଥିବା ବେଳେ ୭୩୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୪ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.