Latest Odisha News

BREAKING NEWS

ଆସିଲା ବିଶ୍ୱର ପ୍ରଥମ କରୋନା ଟିକା

ମସ୍କୋ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ଏହି ଟିକାକୁ ଆଣିଛି ଋଷ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ଋଷ ପଂଜୀକରଣ କରିଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁଟିନଙ୍କ ଝିଅକୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ଖୁବଶୀଘ୍ର ବିପୁଳ ପରିମାଣର ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ।

ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ।

ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା । ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା । ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ଓ ୨ୟ ଗ୍ରୁପକୁ ଜୁଲାଇ ୨୦ରେ ହସପିଟାଲରୁ ଛଡ଼ା ଯାଇଥିଲା । ତେବେ ରୁଷ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇନ‌ାହିଁ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ପ୍ରସ୍ତୁତି ଲାଗି ପ୍ରଦତ୍ତ ଗାଇଡଲାଇନକୁ ରୁଷ ଅନୁସରଣ କରିନାହିଁ ବୋଲି କେତେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.