Latest Odisha News

BREAKING NEWS

ଆତ୍ମହତ୍ୟା କଲେ କୋଭିଡ୍‌-୧୯ ଆକ୍ରାନ୍ତ ଇଟାଲୀୟ ନର୍ସ !

ଇଟାଲୀ: କୋଭିଡ୍‌-୧୯ ରିପୋର୍ଟ ବାହାରିଥିଲା ପଜିଟିଭ । ଆତ୍ମହତ୍ୟା କଲେ ୩୪ ବର୍ଷୀୟ ଇଟାଲୀୟ ନର୍ସ ଡାନିଏଲା ଟ୍ରେଜି ।

ଇଟାଲୀର ଲୋମ୍ବାର୍ଡି ହସ୍ପିଟାଲରେ ଆଗଧାଡିରେ କାମ କରୁଥିଲେ ଡାନିଏଲା । ଇଟାଲୀର ଏହି ହସ୍ପିଟାଲରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ । ସନ୍ଦେହ ହେବାରୁ ଇଛାକୃତ ଭାବେ ଡାନିଏଲା କୋଭିଡ୍‌ -୧୯ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ପରୀକ୍ଷଣ ।

ନିଜଠାରୁ ଏହି ରୋଗ ଅନ୍ୟମାନଙ୍କୁ ସଂକ୍ରମିତ ହୋଇଥିବ ଅନୁମାନ କରି ମାନସିକ ସନ୍ତୁଳନ ହରାଇବସିଥିଲେ ଡାନିଏଲ । ଉପାୟହୀନ ହୋଇ ଶେଷରେ ସେ ଆତ୍ମହତ୍ୟା କରିଛନ୍ତି ।

ବ୍ରିଟିଶ ନ୍ୟୁଜ୍ ପେପର୍ ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଡାନିଏଲାଙ୍କ ଆତ୍ମହତ୍ୟା ଘଟଣାକୁ ଇଟାଲୀର ଦ ନ୍ୟାସନାଲ ଫେଡେରେସନ୍ ଅଫ୍ ନର୍ସେସ୍ ସ୍ୱୀକାର କରିଛି ।

ସୂଚନା ଅନୁଯାୟୀ କରୋନାଭାଇରସ୍‌ରେ ଆକ୍ରାନ୍ତ ହେବାଠୁ ଡାନିଏଲା ଅତ୍ୟଧିକ ମାନସିକ ଚାପଗ୍ରସ୍ତ ଥିଲେ । ନିଜଠାରୁ ଏହି ରୋଗ ଅନ୍ୟମାନଙ୍କୁ ସଂକ୍ରମିତ ହୋଇଥିବ ଭାବି ଆତ୍ମହତ୍ୟା ପନ୍ଥା ଆପଣେଇଥିଲେ ।

ତାଜା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ଇଟାଲୀରେ ୬୯ହଜାର୧୭୬ଟି କୋଭିଡ-୧୯ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୮୩୨୬ ଜଣ ରୋଗମୁକ୍ତ ହୋଇଥିଲାବେଳେ ୬୮୨୦ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.