Latest Odisha News

ଅଯଥାରେ ଘରୁ ବାହାରନ୍ତୁନି, ନଚେତ୍ ପୋଲିସ କରିବ ଉଠବସ୍

ଭୁବନେଶ୍ୱର : ବାଣୀବିହାର ଛକରେ କାନ ଧରି ଠିଆ ହୋଇଥିବା ଏହି ଯୁବକମାନଙ୍କୁ ପୋଲିସ ଦେଇଛି ଶାସ୍ତି । କରୋନା ଭୟରେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଘରୁ ବାହାରକୁ ନ ବାହାରିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଏହାକୁ ନ ମାନି ଏହି ଯୁବକମାନେ ବୁଲୁଥିବା ବେଳେ ପୋଲିସ ବାଣୀବିହାର ଛକରେ ଅଟକାଇଥିଲା । ଶାସ୍ତି ସ୍ୱରୂପ ସେମାନଙ୍କୁ କାନ ଧରି ବସ୍ ଉଠ ବି କରାଇଥିଲା ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୋଲିସର ଏହି କଡା ଆଭିମୁଖ୍ୟକୁ ଲୋକେ ବେଶ୍ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.