Latest Odisha News

BREAKING NEWS

ସ।ମାଜିକ ଦୂରତା, ଗୃହ ଏକାନ୍ତବାସ ନିୟମ ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: କୋବିଡ-୧୯ ମୁକାବିଲା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନଠାରେ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ଡିଫେନ୍ସ ଷ୍ଟାଫ ଜେନେରାଲ୍ ବିପିନ ରାୱତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ କୋଭିଡ଼ – ୧୯ ନିରାକରଣ ଓ ସଂକ୍ରମଣ ରୋକିବା ଦିଗରେ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସାରା ଦେଶରେ ଲକଡ଼ାଉନ ହୋଇଛି । ତେଣୁ ଏହି ସମୟରେ ଘର ମଧ୍ୟରେ ସାମାଜିକ ଦୂରତାକୁ ଦୃଷ୍ଟି ଦେବା ଆବଶ୍ୟକ ।

ସେ ଆହୁରି କହିଥିଲେ ଯେ, ୨୧ ମାର୍ଚ୍ଚ ୨୦୨୦ ପରେ ପାଖାପାଖି ୬୪, ୦୦୦ ଲୋକ ବିଦେଶରୁ ଭାରତକୁ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୮ ହଜାରଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ସମୟରେ ୫୬ଜଣଙ୍କୁ ଘରେ ଏକାନ୍ତବାସରେ ରଖାଯାଇଛି ।

Leave A Reply

Your email address will not be published.