Latest Odisha News

BREAKING NEWS

ଆମେରିକାର ମୃତ୍ୟୁର ତାଣ୍ଡବ: ୨୪ ଘଣ୍ଟାରେ କରୋନା ନେଲା ୨ ହଜାରରୁ ଅଧିକ ମୁଣ୍ଡ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୨ ହଜାର ୨୨୮ ଜଣଙ୍କ ମୃତ୍ୟୁ ସହ ସର୍ବମୋଟ ମୃତ୍ୟୁ ସଂଖ୍ୟା ୨୬ ହଜାର ୪୭ ରେ ପହଞ୍ଚିଛି ।

କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ମଙ୍ଗଲବରର ଏହି ସଂଖ୍ୟା ୧୩ ଲକ୍ଷ ୪୭୩ ରହିଛି ।

ସାରା ବିଶ୍ୱରେ ୧୯ ଲକ୍ଷଏଉ ଉର୍ଦ୍ଧ୍ବ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ। ମୋଟ ୧ ଲକ୍ଷ ୨୬ ହଜାର ୬୦୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.