Latest Odisha News

BREAKING NEWS

୩ ଦିନ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ କୋଭିଡ୍ ଟିକା ଦେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତଙ୍କ ସହଭାଗିତା ଯୋଗୁଁ ରାଜ୍ୟରେ ୮୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇ ପାରିଛି । ଟିକାକରଣରେ ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।

କୋୱିନ୍ (CoWIN) ଡାଟା ଅନୁସାରେ ପଞ୍ଜିକୃତ ୧୪ ଜିଲ୍ଲାର ଅନେକ ସ୍ୱାସ୍ଥ୍ୟକର୍ମୀ ଭ୍ୟାକ୍ସିନ୍ ନେଇନାହାଁନ୍ତି । ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର । ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ଟିକା ଦେବା ନେଇ ନିଶ୍ଚିତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କୁହାଯାଇଛି ।

ତଥ୍ୟ ଅନୁସାରେ ଭୁବନେଶ୍ୱରର ୪୭୨୧ (୧୫%), ସୁନ୍ଦରଗଡ଼ର ୨୫୪୫(୧୩%), ନୂଆପଡ଼ାର ୩୧୮ (୫%), ସମ୍ବଲପୁରର ୭୧୬ (୫%), ମୟୂରଭଞ୍ଜର ୯୮୦ (୫%), ବରଗଡ଼ର ୩୮୦ (୪%) ବାଲେଶ୍ୱରର ୪୬୬ (୩%), ଅନୁଗୁଳର ୨୬୫ (୩%), ଭଦ୍ରକର ୧୭୯ (୨%), ଯାଜପୁରର ୨୦୫ (୨%), ଦେବଗଡ଼ର ୪୨ (୨%), ନୟାଗଡ଼ର ୬୭ (୨%), ଢେଙ୍କାନାଳର ୩୯ ଓ ବୌଦ୍ଧର ୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ନେବା ଥରେ ବି ଡକାଯାଇ ନାହିଁ ।

Leave A Reply

Your email address will not be published.