Latest Odisha News

BREAKING NEWS

ଆସନ୍ତା ୧୯ରୁ ସରକାରୀ ଡାକ୍ତରଖାନାରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ବିଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଭ୍ୟାକ୍ସିନ୍ ନଥିଲା । ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଥିଲେ । ଜାତୀୟ କୋଭିଡ୍-୧୯ ଟିକାକରଣ ଯୋଜନାରେ କେନ୍ଦ୍ର ସରକାର କୋଭିସିଲ୍ଡ ଯୋଗାଇ ଦେବାକୁ ଥିବା ବେଳେ ଆସନ୍ତା ୧୯ରୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣ ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଚିହ୍ନିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ଦିଆଯିବ । ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ନେଇ ନଥିବା ଲୋକଙ୍କୁ ଟିକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ସରକାରଙ୍କ କୋଭିଡ୍ ଡାସବୋର୍ଡ ଅନୁସାରେ, ୧୬ ତାରିଖ ସୁଦ୍ଧା ରାଜ୍ୟରେ ୧୩୨ଟି ସକ୍ରିୟ କୋଭିଡ୍ ସଂକ୍ରମଣ ମାମଲା ରହିଛି । ୩ କୋଟି ୫୨ ଲକ୍ଷ ୬୪ ହଜାର ୭୦୦ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୩ କୋଟି ୩୦ ଲକ୍ଷ ୭ ହଜାର ୬୬୮ ଜଣ ନେଇଛନ୍ତି ଦ୍ୱିତୀୟ ଡୋଜ୍ ଟିକା । ସେହିଭଳି ୧ କୋଟି ୩୧ ଲକ୍ଷ ୮୧ ହଜାର ୬୯୬ ଜଣ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି ।

Leave A Reply

Your email address will not be published.