Latest Odisha News

BREAKING NEWS

ମଡ଼୍ ଥେରାପିର ଉପକାରିତା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: କୁହାଯାଏ ମଣିଷ ଶରୀର ମାଟିରେ ଗଢ଼ା । ମାଟି ହେଉଛି ପ୍ରକୃତିର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ପୃଥିବୀ ଗଠନ ହୋଇଥିବା ପାଞ୍ଚଟି ଉପାଦାନ ମଧ୍ୟରୁ ମାଟି ଅନ୍ୟତମ । ଏହି ୫ଟି ଉପାଦାନକୁ ନେଇ ପ୍ରାକୃତିକ ଚିକିତ୍ସା କରାଯାଉଛି । ପ୍ରାକୃତିକ ଚିକିତ୍ସା ମଧ୍ୟରେ ମାଟିଚିକିତ୍ସା ବା ମଡ୍ ଥେରାପି ଅନ୍ୟତମ । ମଡ୍ ଥେରାପି ଦ୍ଵାରା ଅନେକ ରୋଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ ହୋଇଥାଏ ।

ଥେରାପି ପାଇଁ ବ୍ୟବହାର କରିବେ କେଉଁ ପ୍ରକାର ମାଟି

ବ୍ଲାକ ମଡ୍ ବା କଳାମାଟି, ଧଳାମାଟି, ଗେରୁ ମାଟି, ହଳଦିଆ ମାଟି, ମଡ୍ ଥେରାପି ପାଇଁ ବ୍ୟବହାର କରାଯାଏ ।

କିପରି କରିବେ ମାଟି ସଂଗ୍ରହ

କୌଣସି ପ୍ରକାର ରାସାୟନିକ ପ୍ରଭାବ ନଥିବା ୧ ଫୁଟ ତଳୁ ମାଟି ସଂଗ୍ରହ କରନ୍ତୁ । ଗଛ ଛାଇ କିମ୍ବା ସନ୍ତସନ୍ତିଆ ସ୍ଥାନରୁ ମାଟି ସଂଗ୍ରହ କରନ୍ତୁ ନାହିଁ । ମାଟି ସଂଗ୍ରହ କରି ତାକୁ ୩ ରୁ ୪ ଦିନ ଖରା ଦିଅନ୍ତୁ। ତାପରେ ତାର ଗୁଣ୍ଡକୁ ଜାଲିରେ ଛାଣି ନିବୁଜ୍ ଡବାରେ ରଖନ୍ତୁ । ମାଟିକୁ ରାତିରେ ୩୦ ମିନିଟ୍ ପାଣିରେ ଭିଜାଇବାକୁ ପଡେ । ତା’ପରେ ମାଟିକୁ ସମାନ ଭାବରେ ଲେପ ଦିଅନ୍ତୁ ଯେପରି ଏହାର ମୋଟେଇ ଅଧ ଇଞ୍ଚରୁ ଏକଇଞ୍ଚ ପର୍ଯ୍ୟନ୍ତ ରହିବ । ଆଖି, ମସ୍ତକ, କେଶ ଏବଂ ଶରୀରର ବିଭିନ୍ନ ଅଂଶରେ। ଏହା ପ୍ୟାକ୍ କୁ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରୟୋଗ କରାଯିବା ଦରକାର ।

ଯଦି ଆପଣ ଏହାକୁ ଶୀତଦିନେ ବ୍ୟବହାର କରୁଛନ୍ତି ତେବେ ଶରୀରକୁ କମ୍ବଳରେ ଘୋଡାଇ ରଖନ୍ତୁ । ପ୍ୟାକ ଛଡାଇ ସାରିଲା ପରେ ନିମ୍ବ ଛେଲି ଓ ହଳଦୀ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ଶରୀରକୁ ଶୁଖିଲା କପଡାରେ ପୋଛନ୍ତୁ । ନଚେତ ଆପଣ ବିଭିନ୍ନ ବୈଦ୍ୟଷ୍ଟୋର୍ ରେ ଏହି ମାଟି ପାଇପାରିବେ।

ଏହି ମଡ ପ୍ୟାକ୍ ଦ୍ୱାରା ଚର୍ମ ରଙ୍ଗରେ ଉନ୍ନତି ଆସିବା ସହିତ ଚର୍ମରେ ଥିବା ଦାଗ ଓ ଅନେକ ଦୂର ହୋଇଥାଏ ।

Leave A Reply

Your email address will not be published.