କଟକ: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ କରୋନା ତାରା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ କଟକର ବିଭିନ୍ନ ମେଡିକାଲ ପାଇଁ ଏସ୍ଓପି ଜାରି ହୋଇଛି । ଏସ୍ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବଂ ଶିଶୁ ଭବନ ପାଇଁ ଏସ୍ଓପି ଜାରି ହୋଇଛି ।
ଏହି ୩ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଏସ୍ଓପିକୁ କଡାକଡି ପାଳନ କରିବେ । ଏଥିସହ ଲକଡାଉନ୍ ଚାଲିଥିବାରୁ କଟକ ସହର ଓ ମେଡିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।
କଟକ ମେଡିକାଲରେ ଯେପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ । ଏହି ଟିମ୍ ଦ୍ୱାରା ସହରରେ ସର୍ଭେଲାନ୍ସ କରାଯିବ । କଟକ ଜିଲ୍ଲାପାଳଙ୍କ ଅଫିସରେ କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି କଟକର କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ।
Comments are closed.