Latest Odisha News

BREAKING NEWS

ପ୍ରତିଦିନ ୫ ହଜାର ଟେଷ୍ଟ , ମଗାଗଲା ୫୦ ହଜାର କିଟ୍‌

ଭୁବନେଶ୍ୱର: ଜୁଲାଇ ମାସରେ ବଢିବ କରୋନା ଟେଷ୍ଟ । ପ୍ରତିଦିନ ୫ ହଜାର ଟେଷ୍ଟ ପାଇଁ ସରକାର ଟାର୍ଗେଟ୍ ରଖିଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ଏସସିବି, ଆରଏମଆରସି ଏବଂ ଆଇଏଲଏସରେ ଅଧିକ ସଂଖ୍ୟକ ଟେଷ୍ଟ ହେବ । ସେହିପରି ୭ଟି ମେଡିକାଲ କଲେଜରେ ପ୍ରତିଦିନ ୧୫୦ରୁ ୨ ଶହ ଟେଷ୍ଟ କରାଯିବ ।

ସେହିପରି ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ପୁରୀ ଏବଂ କଳାହାଣ୍ଡିରେ ନୂଆ ଟେଷ୍ଟ ଲ୍ୟାବ ହେବ । ଖୁବଶୀଘ୍ର ରାଜ୍ୟରେ ଆଂଟିବଡି, ଆଂଟିଜେନ୍ ଏବଂ ସରୋଲୋଜିକାଲ ସର୍ଭେ କରାଯାଇ ଟେଷ୍ଟ କରାଯିବ । ସେଥିପାଇଁ ୫୦ ହଜାର କିଟ୍ ଅର୍ଡର କରାଯାଇଛି । ଆସନ୍ତା ସପ୍ତାହରୁ କିଟ୍ ମାଧ୍ୟମରେ ଟେଷ୍ଟ ହେବ । ପୁରୀ , ଗଂଜାମ, ଗଜପତି, ଭୁବନେଶ୍ୱରରେ ସରୋଲୋଜିକାଲ ସର୍ଭେ କରାଯିବ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.