Latest Odisha News

BREAKING NEWS

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ ଟୀକାକରଣ ଅନୁଷ୍ଠିତ ହେବ। ସେହିପରି ଡ୍ରାଇଭ୍ ଇନ୍ ଟୀକାକରଣ କାର୍ଯ୍ୟକ୍ରମ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ।

ମେ ୨୬ରେ ଟୀକା ନେବାକୁ ଥିବା ବ୍ୟକ୍ତି ମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ମେ ୨୯ରେ ନେବେ। ଏପରିକି ଏହି ସ୍ଲିପ୍ ମେ ୨୯ ଯାଏଁ ବୈଧ ବୋଲି ବିଏମସି ଟ୍ୱିଟ୍ କରିଛି।

ସେହିପରି ରାଉରକେଲାରେ ମଧ୍ୟ ଯେଉଁମାନେ ଟୀକାକରଣ ଲାଗି ମେ ୨୬ ପାଇଁ ନିଜର ସ୍ଲଟ୍ ବୁକ୍ କରିଥିଲେ ସେମାନେ ପୂର୍ବ ନିର୍ଦ୍ଧାରିତ ସ୍ଲଟ୍ ସମୟ ଅନୁଯାୟୀ ମେ ୨୯ ରେ ଟୀକା ନେଇପାରିବେ।

Leave A Reply

Your email address will not be published.