Latest Odisha News

ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ୍ ଗାଡ଼ି

ନୂଆଦିଲ୍ଲୀ: ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ଭାରତ। ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ ଗାଡ଼ି। ଆଜି କେନ୍ଦ୍ର ସରକାର ପରଚେଜ୍ ଅର୍ଡର କରିଥିଲେ। ଏହାର କିଛି ସମୟ ପରେ ସେରମ ଇନଷ୍ଟିଚ୍ୟୁଟରୁ ବାହାରିଥିଲା ଭ୍ୟାକସିନ ଗାଡ଼ି। ସେଣ୍ଟ୍ରାଲ ହବରୁ ସବ୍ ସେଣ୍ଟ୍ରାଲ ହବ୍ ଓ ସେଠାରୁ ସବୁ ରାଜ୍ୟରେ ପହଞ୍ଚିବ।

ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରିଛି। ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ପରଚେଜ୍ ଅର୍ଡର ଅନୁସାରେ ପ୍ରଥମେ ୧କୋଟି ୧୦ ଲକ୍ଷ ଟିକା ପାଇଁ ଅର୍ଡର ମିଳିଛି। ଡୋଜ୍ ପିଛା ୨୦୦ ଟଙ୍କାରେ ଯୋଗାଇବାକୁ ସେରମ ସହ ଚୁକ୍ତି ହୋଇଛି।

ପ୍ରତି ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗାଇବ ସେରମ ଇନଷ୍ଟିଚ୍ୟୁଟ୍ । ପ୍ରଥମ ଦଫାରେ ୧କୋଟି ୧୦ ଲକ୍ଷ କୋଭିସିଲ୍ଡ ଟିକା ଦେବ ସେରମ୍। ବର୍ତମାନ ସେରମ ପାଖରେ ୫ କୋଟି ଟିକା ମହଜୁଦ ରହିଛି।

Comments are closed.