Latest Odisha News

BREAKING NEWS

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି ।

କରୋନା ମହାମାରୀରୁ ରକ୍ଷା ପାଇବା ଲାଗି ମାସ୍କ ଓ ସାନିଟାଇଜର୍ ଏବେ ଜୀବନ ରକ୍ଷାକାରୀ ପାଲଟିଛି । ତେବେ ବଜାରରେ ମାସ୍କ ଓ ସାନିଟାଇଜର୍‌ର ଅଭାବକୁ ଦେଖି କିଛି ଅସାଧୁ ବ୍ୟକ୍ତି ଏହାର କଳାବଜାରୀ ଓ ନକଲ କରିବା ଆରମ୍ଭ କରିଦେଇଛନ୍ତି ।

ନ୍ୟୁଜ ଏଜେନ୍ସି ANI ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇଁ CCB ଏକ ଗୋଦାମ ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ୧୨ ହଜାର ନକଲି ମାସ୍କ ଜବତ ହୋଇଥିଲା ।

ମାମଲାରେ ସଂପୃକ୍ତ ଅଭିଯୁକ୍ତ ଫେରାର ଥିବାବେଳେ ସାଧାରଣ କପଡାରେ ମାସ୍କ ତିଆରି କରି N95 ମାସ୍କ ଦରରେ ମାର୍କେଟରେ ବିକ୍ରି କରୁଥିବା ଜଣାପଡିଛି ।

ଅଭିଯୁକ୍ତକୁ ଗିରଫ କରିବା ଲାଗି ଧରପଗଡ ଜୋର ହୋଇଥିବା ଟୁଇଟ୍ ଜରିଆରେ ଜଣାଇଛନ୍ତି ଜଏଣ୍ଟ କମିଶନର ଅଫ୍ ପୋଲିସ ସନ୍ଦିପ ପାଟିଲ୍ ।

ଏହି ଘଟଣାର ତଦନ୍ତ ଚାଲୁ ରହିଥିବାବେଳେ ନିକଟରେ ଦେଶର ବିଭିନ୍ନ ସ୍ଥାନରେ ନକଲି ସାନିଟାଇଜର୍ ଓ ମାସ୍କ ନିର୍ମାଣରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.