Latest Odisha News

BREAKING NEWS

କରୋନା ପାଇଁ ବଢ଼ିଲା କଟକଣା …

ଭୁବନେଶ୍ୱର: କରୋନା ପାଇଁ କଟକଣାକୁ ଆହୁରି ବଢାଇଲେ ରାଜ୍ୟ ସରକାର ।

ରେଷ୍ଟୁରାଣ୍ଟ, ବାର୍‌, କଫି ସପ୍‌, କ୍ୟାଣ୍ଟିନ ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଏସବୁ ବନ୍ଦ ରହିବ । ସବୁ ସପିଂ କଂପ୍ଲେକ୍ସ ଓ ଗାଁ ହାଟରେ ଗ୍ରୋସରୀ, ପରିବାପତ୍ର, ମାଂସ, ମାଛ, ଅଣ୍ଡା ପରି ଦରକାରୀ ଖାଦ୍ୟ ସାମଗ୍ରୀ ବିକିବେ । ଏହା ବ୍ୟତୀତ ଅନ୍ୟ କିଛି ବିକ୍ରି କରିପାରିବେ ନାହିଁ ।

କରୋନା ସମ୍ପର୍କୀତ ବୈଠକ ବ୍ୟତୀତ ଅନ୍ୟ କୌଣସି ସରକାରୀ ବୈଠକ ହୋଇପାରିବ ନାହିଁ । ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ସାତ ଜଣରୁ ଅଧିକ ଲୋକ ସମାଗମ ହେବେ ନାହିଁ । ଭିଡିଓ କନଫରେନସିଂ ଜରିଆରେ କ୍ୟାବିନେଟ ବୈଠକ ବସିବ । ମାଲ୍ୟାର୍ପଣ ଉତ୍ସବ, ଜୟନ୍ତୀ ପାଳନ ଓ ସରକାରୀ କାର୍ଯ୍ୟକ୍ରମ ସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ପ୍ରତ୍ୟେକ ଟ୍ୟାକ୍ସି ଓ ଅଟୋ ଦିନେ ଛଡା ଦିନେ ଚାଲିବ ।

 

 

Leave A Reply

Your email address will not be published.