Latest Odisha News

ତିହାର ଜେଲ୍‌ ଇତିହାସରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଓକିଲ ଏପି ସିଂହଙ୍କ ପକ୍ଷରୁ ସମସ୍ତ ଉପାୟ କରାଯାଇଥିଲା । ତଥାପି ମଧ୍ୟ ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାର ଜେଲରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ତିହାର ଜେଲର ଇତିହାସରେ ଏହା ପ୍ରଥମ ଥର ହୋଇଛି, ଯେବେକି ୪ଜଣ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯାଇଛି । ଏହାପୂର୍ବରୁ ୧୯୮୨ ମସିହାରେ ଦୋଷୀଙ୍କୁ ଏକକାଳୀନ ଫାଶୀ ମିଳିଥିଲା ।

ନିର୍ଭୟାର ୪ଜଣ ଦୋଷୀ ବିନୟ, ମୁକେଶ, ପବନଓ ଅକ୍ଷୟଙ୍କୁ ଫାଶି ଦେବା ପାଇଁ ତିହାରର ଫାଶୀ ଘରର କୁଅଁକୁ ଚଉଡା କରାଯାଇଥିଲା । ଫାଶୀ ପୂର୍ବରୁ ୪ଦୋଷୀଙ୍କୁ କଡା ସୁରକ୍ଷା ବଳୟ ଭିତରେ ଫାଶୀ ଘରକୁ ଅଣାଯାଇଥିଲା ଓ ଫାଶୀ ଦିଆଯାଇଥିଲା ।

Leave A Reply

Your email address will not be published.