କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି ।
ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ କହିଥିଲେ । ସାରା ବିଶ୍ୱରେ ଲକ୍-ଡାଉନ୍ ସ୍ଥିତି ଥିବାରୁ ବହୁ ଚେଷ୍ଟା କରି ଜୋର୍ଡାନରୁ ବାହାରିନପାରିନଥିଲେ ଫିଲ୍ମ ଆଦୁଜିଭିଥମର ସମସ୍ତ କ୍ରିଉ ।
#Aadujeevitham pic.twitter.com/hwX4MFmQwJ
— Prithviraj Sukumaran (@PrithviOfficial) April 1, 2020
ଶେଷରେ ନିଜ ଫ୍ୟାନ, ଫଲୋଅର ଓ ମିଡିଆକୁ ଏକ ଟୁଇଟ୍ ଜରିଆରେ ନିଜ ସ୍ଥିତି ଜଣାଇଛନ୍ତି ଆକ୍ଟର ପ୍ରିଥ୍ୱୀରାଜ ସୁକୁମାରନ୍ । ପ୍ରିଥ୍ୱୀରାଜଙ୍କ ଟୁଇଟ ଅନୁଯାୟୀ ଏପ୍ରିଲ୍ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାଙ୍କର ସୁଟିଂ ପ୍ଲାନିଂ ରହିଥିଲା । ତାଜା ସ୍ଥିତିରେ ତାଙ୍କ ପାଖରେ ଖାଦ୍ୟପାନୀୟ ମହଜୁଦ ଥିବାବେଳେ ଆଗକୁ କ’ଣ ହେବ ତାହା ଅନୁମାନ କରିବା କଷ୍ଟକର ।
ଫିଲ୍ମର ଥିବା ଜଣେ ଓମାନୀ ସଦସ୍ୟ ଏକାନ୍ତବାସରେ ଯିବା ପରେ କରୋନା ଭୟରେ ଜୋର୍ଡାନ ସରକାର ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.