Latest Odisha News

BREAKING NEWS

ନିଜାମୁଦ୍ଦିନ ତବଲିଘ୍ ଜମାତରେ ସାମିଲ ହୋଇ ଓଡିଶା ଫେରିଥିବା ୭ ବିଦେଶୀଙ୍କ ସମେତ ୨୨ ଜଣ ଚିହ୍ନଟ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଫେରିଥିବା ୨୨ ଜଣ ବ୍ୟକ୍ତିଙ୍କୁ ଠାବ କରି ପ୍ରଶାସନ ପକ୍ଷରୁ ସେମାନଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୨୨ ଜଣଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ରହିଥିବା ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନିଜାମୁଦ୍ଦିନ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅନେକ ବ୍ୟକ୍ତି ଦିଲ୍ଲୀରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓଡିଶା ସମେତ ବିବିନ୍ନ ରାଜ୍ୟରେ ଏହି ସମାବେଶରେ ସାମିଲ ହୋଇଥିବା ଲୋକଙ୍କୁ ଖୋଜିବା ଆରମ୍ଭ ହୋଇଥିଲା । ଏହି କ୍ରମରେ ଓଡିଶାରୁ ଠାବ କରାଯାଇଥିବା ୨୨ ଜଣ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ବ୍ୟବସ୍ଥାରେ ରଖି ସେମାନଙ୍କ ନମୁନା କୋଭିଡ୍‌୧୯ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା ।

Leave A Reply

Your email address will not be published.