Latest Odisha News

BREAKING NEWS

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ ଅବଜରଭେସନ ରୁମ୍‌ରେ ଅଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ତାଙ୍କ ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି ଭ୍ୟାକସିନ୍ । ସେହିପରି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ବି ଆଜି କରୋନା ଟିକା ନେଇଛନ୍ତି ।

ରାଜ୍ୟର ୧୬୧ଟି କେନ୍ଦ୍ରରେ ଚାଲିଛି ଟିକାକରଣ । ଆସନ୍ତାକାଲି ରବିବାର ଥିବାରୁ ଟିକା ଦିଆଯିବ ନାହିଁ ଯ ସୋମବାରଠାରୁ ପୁଣି ଥରେ ଆରମ୍ଭ ହେବ ଟିକାକରଣ । ଆଜି ପ୍ରଥମ ଦିନରେ ରାଜ୍ୟରେ ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

Leave A Reply

Your email address will not be published.