ଜଗତସିଂହପୁର: ବାଣ ଭିଡୁଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘରର ଛାତ ମଧ୍ୟ ଉଡ଼ିଯାଇଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶୁକ୍ରବାର ରାତିରେ ଏହିପରି ଅଘଟଣ ଘଟିଛି ଜଗତସିଂହପୁର ସଦର ଥାନା ଅଧୀନ ବଡ଼ବାଗ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜେଶ କୁମାର ଦାସ।
ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଭଙ୍ଗା ଛାତ ତଳେ ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଟିମ୍ ନିୟୋଜିତ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେତେ ଜଣ ବାଣ ଭିଡୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ମୃତାହତଙ୍କ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏକାଧିକ ଆହତ ଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିବା ସ୍ଥାନୀୟ ଏସ୍ଡିପିଓ ସୂଚନା ଦେଇଛନ୍ତି।