Latest Odisha News

BREAKING NEWS

Soumya Murder Case: ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା । ଝାରପଡ଼ା ଜେଲରେ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାପଡିଛି । କୋର୍ଟ ଅନୁମତି ଦେବା ପରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଝାରପଡ଼ା ସ୍ପେସିଆଲ୍‌ ଜେଲ୍‌ ରେ ପହଞ୍ଚି ମାମଲାରେ ଗିରଫ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଜେଲ୍‌ ଭିତରେ ପଚରାଉଚରା କରିଛନ୍ତି ।

ତଦନ୍ତ ସମୟରେ ମିଳିଥିବା କିଛି ନୂଆ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଜେରା କରୁଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଟିମ୍‌ ଅଭିଯୁକ୍ତମାନଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଜେରା କରିଥିବା ସୂଚନା ମିଳିଛି । ପଚରାଉଚରାରୁ ମିଳୁଥିବା ସୂଚନାକୁ ଅନ୍ୟାନ୍ୟ ପ୍ରମାଣ ସହ ମେଳ କରାଯାଇ ତଦନ୍ତକୁ ଆଗକୁ ବଢ଼ାଯିବ ବୋଲି ଜଣାପଡ଼ିଛି ।

ଗତ ମେ’ ୭ରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ ଉପସ୍ଥିତିରେ ସୌମ୍ୟଙ୍କୁ ପିଟିପିଟି ଲୋକେ ହତ୍ୟା କରିଥିଲେ । ସୌମ୍ୟ ମାମଲାରେ ବିବାଦକୁ ଆସିଥିବା ଆଇପିଏସ୍‌ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଥିଲା । ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ସୌମ୍ୟ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ମାମଲାର ସମସ୍ତ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.