Latest Odisha News

ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ: ଭାରତ ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଉପହାର ଦେବ। ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶ ଭାରତରୁ ଉପହାର ସ୍ୱରୂପ ବହୁ ପରିମାଣରେ କରୋନା ଟିକା ପାଇବାକୁ ଯାଉଛି। ଭାରତ ପ୍ରଥମ ପର୍ଯ୍ୟାୟରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା କୋଭିଶିଲ୍ଡକୁ ବାଂଲାଦେଶକୁ ପଠାଇପାରେ।
ରିପୋର୍ଟ ଅନୁଯାୟୀ ଭାରତରୁ ଏକ ବିମାନ ବୁଧବାର ଢାକାସ୍ଥିତ ଶାହାଜାଲ ବିମାନ ବନ୍ଦରରେ ଅବତରଣ କରିବ। ଏହା ସେରମ୍ ପ୍ରତିଷ୍ଠାନର ଟିକା କୋଭିକଶିଲ୍ଡ ନେଇ ପହଞ୍ଚିବ। ପାକିସ୍ତାନ ଅପେକ୍ଷା କରିଛି ବାଂଲାଦେଶ ଏହି ଟିକା ପାଇବା ପରେ ପାକିସ୍ତାନ ମଧ୍ୟ ଏହି ଟିକା ନେଇ ଭାରତ ଆଡକୁ ଚାହିଁଛି। ରବିବାର ଦିନ ପାକିସ୍ତାନର ଡ୍ରଗ୍ ନିୟାମକ ପ୍ରାଧିକରଣ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। 
କିନ୍ତୁ ଏହାର ସମସ୍ୟା ହେଉଛି ଆଷ୍ଟ୍ରାଜେନେକା ଟିକା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଉତ୍ପାଦିତ ହେଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ସ୍ୱତନ୍ତ୍ର ସହକାରୀ ଡ଼.‌ ଫୈଜଲ ସୁଲତାନ କହିଛନ୍ତି ଯେ ଆମେ ଆଷ୍ଟ୍ରା ଜେନେକା ଟିକାକୁ ଅନୁମୋଦନ କରିଛୁ କାରଣ ଏହାର ପ୍ରଭାବ ୯୦ ପ୍ରତିଶତ ଏବଂ ଏହାର ଉପଲବ୍ଧତା ନିଶ୍ଚିତ କରିବାକୁ ଆମେ ଅନ୍ୟ ବିକଳ୍ପ ଉପରେ ବିଚାର କରୁଛୁ।
Leave A Reply

Your email address will not be published.