Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହତ୍ୟାର କୌଣସି ପ୍ରମାଣ ନାହିଁ

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ। ଆଦିତ୍ୟଙ୍କ ଅଦ୍ୟାବଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା କ୍ରାଇମବ୍ରାଞ୍ଚ ସତ୍ୟପାଠରେ ଉଲ୍ଲେଖ କରିଛି । କିନ୍ତୁ ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ ଅପଡ଼େଟ ରିପୋର୍ଟ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ଆସନ୍ତା ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସ୍ପଷ୍ଟ ହୋଇପାରିନଥିଲା ।

Leave A Reply

Your email address will not be published.