Latest Odisha News

BREAKING NEWS

ସାଢ଼େ ୬ କେଜି ସୁନା ଜବତ

ଗଞ୍ଜାମ: ଗଂଜାମ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ସାଢ଼େ ୬ କେଜି ଓଜନର ସୁନା । ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ।

ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ସୁନା  ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସରେ ଏତଲା ଦେଇଥିଲେ। ଏହି ଘଟଣାର ତଦନ୍ତ ପରେ ୧୦ ଚୋର ଓ ୫ କ୍ରେତାଙ୍କୁ ପୋଲିସ ଗିରଫ କରିବା ସହ ସାଢେ ୬ କେଜି ସୁନା ଜବତ କରିଛି ବୋଲି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ।

Leave A Reply

Your email address will not be published.