Latest Odisha News

BREAKING NEWS

ଗୋପଳ ଘରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌, ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲା । ଏହି ଘଟଣାରେ ତନ ତନ କରି ଯାଞ୍ଚ କରୁଛି କ୍ରାଇମ୍‌ବାଞ୍ଚ ଟିମ୍‌ । ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ଆଙ୍କୁଲା ସ୍ଥିତ ଗୋପାଳ ଘରେ ପହଞ୍ଚି ତଦନ୍ତ କରିଛି  । ଗୋପାଳଙ୍କୁ ନେଇ ସ୍ତ୍ରୀ ଜୟନ୍ତୀ ଦାସ ଏବଂ ପୁତୁରାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିବା ସୂଚନା ରହିଛି  । ଗୋପାଳଙ୍କର ନବଦାସଙ୍କ ସହ ସମ୍ପର୍କ କିପରି ରହିଥିଲା ସେନେଇ ଗୋପାଳଙ୍କ ସ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି  । ଗୋପାଳଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସହ ବ୍ୟବସାୟିକ ଶତ୍ରୁତା ନା ରାଜନୈତିକ ନା ଅନ୍ୟ କୌଣସି ଶତ୍ରୁତାକୁ ନେଇ ଗୋପାଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌  । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା କରିବା ପଛରେ କେବଳ ଯେ ଗେପାଳର ହାତ ନାଁ ଅନ୍ୟ କାହାର ହାତ ରହିଥିବା ସନ୍ଦେହ କରୁଛି କ୍ରାଇମ୍‌ବ୍ରାଞ୍ଚ  ।

ସେପଟେପଟେ ଗୋପାଳଙ୍କ ଚା’ ଖଟି ସେ ଅଧିକ ବୁଲୁଥିବା ସ୍ଥାନ ମାନଙ୍କରେ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ପଚରା ଉଚରା କରୁଛି  । ଘଟଣା ସମ୍ପର୍କରେ ଅନେକ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ  । ଅନ୍ୟପକ୍ଷରେ ଗଣମାଧ୍ୟମକୁ ବହୁତ ଲୋକ ଗୋପାଳ ଜଣେ ସାଧାରଣ, ଭଲ ଅଫିସର ହେବା ସଙ୍ଗେ ସଙ୍ଗେ ଅନେକ ମେଡାଲ ହାସଲ କରିଥିବା ପ୍ରତିକ୍ରିୟା ଦେଇଛନ୍ତି  ।

ସୂଚନା ଅନୁଯାୟୀ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ମାସ ୨୯ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଞ୍ଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜ ରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ଗୋପାଳକୃଷ୍ଣଙ୍କ ଗଳି ସିଧା ଯାଇ ନବ ଦାସଙ୍କ ଛାତିରେ ବାଜିଥିଲା ସେହିଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।

ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚର ୩ଟି ଟିମ୍‌ । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏପଟେ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନିଆଯାଇଛି  । ହେଲେ ଏହି ରିମାଣ୍ଡର ଅବଧି ଆଜି ସରୁଛି । ତେବେ ଅଧିକ ତଦନ୍ତ ପାଇଁ ଗୋପାଳକୁ ପୁଣି ରିମାଣ୍ଡ ଆଣିପାରେ କ୍ରାଇମବ୍ରାଞ୍ଚ  ।

Leave A Reply

Your email address will not be published.