ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସା ମାମଲା । ଏହି ମାମଲାରେ ୫ରୁ ୬ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏହି ମାମଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ହେବ ଚାର୍ଜସିଟ । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ ।
ୱାରେଣ୍ଟ ସହ ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରି ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ । ଗିରଫ ୨୦ ଅଭିଯୁକ୍ତମାନଙ୍କ ସହ ଫେରାର ୫ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯିବ । ଆସନ୍ତା ଅଗଷ୍ଟ ୭ ତାରିଖରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ମିଳିଛି ।