ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା । ମୃତ ରଶ୍ମିରଞ୍ଜନ ସେଠୀଙ୍କ ଦାଦା ହତ୍ୟା ଅଭିଯୋଗ ଆଣିବା ପରେ ପତ୍ନୀ ରଶ୍ମିରେଖା ଭୂୟାଁ ଓ ତାଙ୍କର ପୁରୁଷ ବନ୍ଧୁଙ୍କ ସମେତ ୮ରୁ ୧୦ ଜଣଙ୍କୁ ଥାନାକୁ ଡାକି ଜେରା କରୁଛି ପୋଲିସ ।
ସବୁଠାରୁ ବଡ଼ କଥା ହେଲା ଘଟଣା ଦିନ ରାତିରେ ମୃତ ରଶ୍ମିରଞ୍ଜନଙ୍କୁ ମେଡିକାଲ୍ ବେଡ୍ରେ ଶୁଆଇ ଦେଇ କିଏ କୁଆଡ଼େ ଫେରାର୍ ହୋଇଯାଇଥିଲେ । ଆଉ ସେହି କାରଣରୁ ରଶ୍ମିରଞ୍ଜନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢି ଚାଲିଛି ।
ଯେହେତୁ ଏବେ ତଦନ୍ତ ଚାଲିଛି ଓ ସନ୍ଦେହ ଉପୁଜୁଥିବା ବ୍ୟକ୍ତିଙ୍କୁ ଆଣି ପଚରା ଉଚରା କରାଯାଉଛି । ସେ ଦୃଷ୍ଟିରୁ ଅଧିକ କିଛି କହିବା ବା ତଥ୍ୟ ପ୍ରଦାନ କରି ହେବ ନାହିଁ ବୋଲି କହିଛନ୍ତି ଥାନାଧିକାରୀ ଆଲୋକ ବେହେରା ।
ସୂଚନାଯୋଗ୍ୟ, କଟକରେ ଚାକିରି କରି ଭୁବନେଶ୍ୱରରେ ରହୁଥିଲେ ରଶ୍ମିରଞ୍ଜନ । ଗତ ୧୬ ତାରିଖରେ ପତ୍ନୀ ରଶ୍ମିରେଖାଙ୍କ ଜନ୍ମ ଦିନରେ ଯୋଗ ଦେବାକୁ ବାଲେଶ୍ୱରର ପତ୍ନୀ ରହୁଥିବା ସ୍ଥାନକୁ ଯାଇଥିଲେ ଓ ପତ୍ନୀଙ୍କ ଜନ୍ମ ଦିନ ସେଲିବ୍ରେସନ୍ରେ ଯୋଗ ଦେଇଥିଲେ । ସେଠାକୁ ମଧ୍ୟ ସେହି ପୁରୁଷ ବନ୍ଧୁ ଆସିଥିଲେ । ତେବେ ଏକ ସୁଇ ସାଇଡ୍ ନୋଟ୍ ଜବତ ହୋଇଛି । ହେଲେ ସେ ମୃତ ରଶ୍ମିରଞ୍ଜନଙ୍କର କି ନୁହେଁ ସେ ଦିଗରେ ଅଧିକ ଖୋଳତାଡ଼ କରୁଛି ପୁଲିସ ।