Latest Odisha News

BREAKING NEWS

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରା ପୂର୍ବରୁ ବୋନସ ମଞ୍ଜୁରୀ

ଭୁବନେଶ୍ବର: ପାର୍ବଣଋତୁରେ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୮ ଦିନିଆ ବେତନ ସହିତ ଉତ୍ପାଦକତା ଲିଙ୍କ ବୋନସ (PLB)କୁ ଅନୁମୋଦନ କରିଛି । କେନ୍ଦ୍ର କ୍ୟାବିନେଟ ଯେଉଁଥିରେ ଆରପିଏଫ୍/ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଲେ, ଟ୍ରାକ ରକ୍ଷକ, ଲୋକୋ ପାଇଲଟ, ଟ୍ରେନ ପରିଚାଳକ (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମିନିଷ୍ଟେରିୟାଲ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ‘ସି’ କର୍ମଚାରୀ ଅନ୍ତର୍ଭୁକ୍ତ।

ରେଳ କର୍ମଚାରୀଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୧୯୬୮.୮୭ କୋଟି ଟଙ୍କା PLB ପ୍ରଦାନକୁ ଅନୁମୋଦନ କରିଛନ୍ତି। ୨୦୨୨-୨୩ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା। ରେଳବାଇ ୧୫୦୯ ମିଲିୟନ୍ ଟନ୍ ରେକର୍ଡ କାର୍ଗୋ ଲୋଡ୍ କରି ପ୍ରାୟ ୬.୫ ବିଲିୟନ ଯାତ୍ରୀ ପରିବହନ କରିଥିଲା।

ଏହି ରେକର୍ଡ ପ୍ରଦର୍ଶନରେ ଅନେକ କାରଣ ସହାୟକ ହୋଇଥିଲା। ରେଳବାଇରେ ସରକାରଙ୍କ ଦ୍ୱାରା ରେକର୍ଡ କେପେକ୍ସ ଇନଫ୍ୟୁଜନ୍, କାର୍ଯ୍ୟରେ ଦକ୍ଷତା ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ଭିତ୍ତିଭୂମିରେ ଉନ୍ନତି ଅନ୍ତର୍ଭୁକ୍ତ। PLBର ଦେୟ ରେଳ କର୍ମଚାରୀଙ୍କୁ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିବ।

Leave A Reply

Your email address will not be published.