Latest Odisha News

ଏସଆଇଙ୍କୁ ଆକ୍ରମଣ: ୪ ଗିରଫ, ପୋଲିସ କର୍ମଚାରୀଙ୍କ ହାତ କାମୁଡି ଖସିଗଲା ମାଷ୍ଟର ମାଇଣ୍ଡ

ଧଉଳି: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବାବେଳେ  ଧଉଳି ଥାନା ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା  ।

BjdElectrycity

ପୋଲିସ ଯେତେବେଳେ ସେହି ଗ୍ୟାଙ୍ଗକୁ ଧରିବାକୁ ଉଦ୍ୟମ କରିଥିଲା , ସେତେବେଳେ ଅପରାଧୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଅପରାଧୀଙ୍କ ଆକ୍ରମଣରେ ଜଣେ ଏସଆଇ ଏବଂ ହାବିଲଦାର ଗୁରୁତର ହୋଇଛନ୍ତି  । ଏସଆଇ ଜଣକ ସନ୍ତୋଷ ବଳ ଏବଂ  ହାବିଲଦାର ରାଜକିଶୋର ବାଗ ବୋଲି ଜଣାପଡିଛି  ।

ହାତୁଡ଼ାରେ ଜଣେ ଅଭିଯୁକ୍ତ ଏସଆଇ ସନ୍ତୋଷ ବଳଙ୍କ ଉପରେ ଆକ୍ରମଣ କରିଥିଲେ  । ହେଲେ ସେଠାରେ  ଉପସ୍ଥିତ ଥିବା ସାଥୀ ପୋଲିସ କର୍ମଚାରୀ ତାକୁ କାବୁ କରି ନେଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ମାରପିଟ ଚାଲିଥିଲା। ସ୍ପେଶାଲ ସ୍କ୍ବାର୍ଡ଼ ଓ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦିଆଯାଇଥିଲା  । ପରେ ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ୮ ଅଭିଯୁକ୍ତ ଖସି ପଳାଇଛନ୍ତି । ଅନ୍ୟପଟେ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହାପି ଜଣେ ପୁଲିସ କର୍ମଚାରୀଙ୍କ ହାତକୁ କାମୁଡ଼ି ଫେରାର ହୋଇଯାଇଛି  ।

Leave A Reply

Your email address will not be published.