Latest Odisha News

BREAKING NEWS

ଅଭୁଲା ଗୀତ : ବାରି ଝରେ

ଗାୟନ : ଉଦୟନାଥ ସାହୁ
ସଙ୍ଗୀତ : କାଳୀଚରଣ ଉଦୟନାଥ
ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ନାରୀ, ୧୯୬୩

ବାରି ଝରେ
ନାୟକ:ବାରି ଝରେ
ବାରି ଝରେ
ବାରି ଝରେ
ଅଦିନ ଘୋର ଘନ
ଘେରି ନୀଳାମ୍ବରେ
ନାୟିକା:କେ’ ପିଆସୀ
ମୋରେ ଡାକେରେ
କେ’ ପିଆସୀ
ମୋରେ ଡାକେରେ
ନାୟକ:ବାରି ଝରେ
ବାରି ଝରେ
ନାୟକ:କେକା କାନନେ ନାଚେ
କେକୀ ପୀରତି ମାଗି
କେକା କାନନେ ନାଚେ
କେକୀ ପୀରତି ମାଗି
ଲୁଚି ଦାମିନୀ ରଚେ
ମାୟା ବାଦଲ ଲାଗି
ଥିଲା ଓଢ଼ଣା ତଳେ
ଯେ ସପନ କୋଳେ
ଆଜି ରହେନା ଘରେ
ରହେ ନା ଘରେ
ନାୟିକା:କେ’ ପିଆସୀ
ମୋରେ ଡାକେରେ
କେ’ ପିଆସୀ
ମୋରେ ଡାକେରେ
ନାୟକ:ବାରି ଝରେ
ବାରି ଝରେ
ନାୟକ:ରୁମୁ ଝୁମୁ ଝୁମୁରୁ
ମଞ୍ଜିର କା’ର
ଘୂମ ନୟନେ ଲେଖେ ଲାଜୁଆ ଗାର
ରୁମୁ ଝୁମୁ ଝୁମୁରୁ
ମଞ୍ଜିର କା’ର
ଘୂମ ନୟନେ ଲେଖେ ଲାଜୁଆ ଗାର
ଛନ୍ଦ ଭୁଲି
ଖୋଜେ ଆଜି ସଙ୍ଗୀ
କାହିଁ କାହିଁ ସେ ରେ
ନାୟିକା:କେ ପିଆସୀ
ମୋରେ ଡାକେରେ
କେ ପିଆସୀ
ମୋରେ ଡାକେରେ
ନାୟକ:ବାରି ଝରେ
ବାରି ଝରେ

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

 

Leave A Reply

Your email address will not be published.