Latest Odisha News

BREAKING NEWS

କେନ୍ଦ୍ରାପଡାରେ ଆତଙ୍କ: ମାଛ ଜାଲରେ ପଡିଲା କୁମ୍ଭୀର, ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ  । ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି  । କୁମ୍ଭୀର ଆକ୍ରମଣରେ ବହୁ ଜୀବନ ହାନି ମଧ୍ୟ ଘଟୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି  ।     ଆଜି କିନ୍ତୁ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି  । ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ଜାଲ ବିଛାଇଥିବା ବେଳେ ମାଛ ବଦଳରେ ଏକ କୁମ୍ଭୀର ପଡିଛି  । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପେଣ୍ଠପାଳ ପଞ୍ଚାୟତର କୁଳସାହି ଗାଁରେ  ।

ସୂଚନାମୂତାବକ  ମାଛ ଧରିବାକୁ କୁଳସାହି ଗାଁରେ ମତ୍ସ୍ୟଜୀବୀ ଜଣକ ଜାଲ ପକାଇଥିଲେ । ଜାଲରେ ଦୁଇଟି କୁମ୍ଭୀର ପଡିଥିବା ବେଳେ ଗୋଟିଏ କୁମ୍ଭୀର ଜାଲ ଫଟାଇ ଚାଲିଯାଇଛି । ଆଉ ଗୋଟିଏ କୁମ୍ଭୀର ଜାଲରେ ଛନ୍ଦି ହୋଇ ଧରାପଡିଛି । ଜାଲରେ ପଡିଥିବା କୁମ୍ଭୀରକୁ ମତ୍ସ୍ୟଜୀବୀ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି ହୋଇଛି  ।

Leave A Reply

Your email address will not be published.