ଆଳି: କେନ୍ଦ୍ରାପଡ଼ାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।ଏଥର ଡଙ୍ଗାରେ ଚଢ଼ିବା ସମୟରେ କୁମ୍ଭୀର ଜଣେ ବୃଦ୍ଧଙ୍କୁ ଟାଣି ନେଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅନ୍ତର୍ଗତ ଗଙ୍ଗାଧର ପ୍ରସାଦ ଡିଆ ଗ୍ରାମ ନିକଟ ଖରସ୍ରୋତା ନଦୀ କୂଳରେ ଘଟିଛି। ନିଖୋଜ ବୃଦ୍ଧ ୬୦ ବର୍ଷୀୟ ପରେଶ୍ୱର ବେହେରା ବୋଲି ଜଣାପଡିଛି।
ରିପୋର୍ଟ ଅନୁସାରେ, ବୃଦ୍ଧ ଜଣକ ଗଙ୍ଗାଧର ପ୍ରସାଦ ଡିଆ ଗ୍ରାମରୁ ନିକଟସ୍ଥ ଏକ ବଜାରକୁ ନଦୀ ପାର ହେବା ପାଇଁ ଡଙ୍ଗାକୁ ଅପେକ୍ଷା କରି ଘାଟରେ ଠିଆ ହୋଇଥିଲେ। ତେବେ ଡଙ୍ଗାରେ ଚଢ଼ିବା ସମୟରେ ଏକ କୁମ୍ଭୀର ହଠାତ୍ ତାଙ୍କୁ ନଦୀକୁ ଟାଣି ନେଇଥିଲା। ଏହି ଘଟଣା ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି କରିଛି।
ସୂଚନା ପାଇ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ନଦୀରେ ସନ୍ଧାନ ଅଭିଯାନ ଚାଲିଛି। ଅପରପକ୍ଷରେ ରାଜ୍ୟର କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ଥିବା ବେଳେ ନଦୀରେ କୁମ୍ଭୀର ଆତଙ୍କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଉଛି।


Comments are closed.