Latest Odisha News

BREAKING NEWS

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା କୋଠା ସହ ୨ଟି ପ୍ଲଟ୍, ୧.୫୪ କୋଟିର ଜମା, ୨.୬୫ ଲକ୍ଷ ଟଙ୍କା ସହ ୪୪୧ ଗ୍ରାମର ସୁନା ରହିଛି ।

ଗିରଫ ପରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ଏନେଇ କୋରାପୁଟ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି । ରେଡ୍ ବେଳେ ଭବାନୀପାଟଣାରେ ୧୦, ୫୦୦ ସ୍କୋୟାରଫୁଟ ଜାଗାରେ ଗୋଟିଏ ରାଜକୀୟ ୩ ମହଲା ଘର ମିଳିଥିଲା । ଯାହାର ମୂଲ୍ୟ ୧.୧୦ କୋଟି ହେବ ।

ଭବାନୀପାଟଣାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୨ଟି ପ୍ଲଟ୍ ରହିଥିବା ବେଳେ ବ୍ୟାଙ୍କ, ପୋଷ୍ଟ ଓ ବୀମାରେ ୧.୫୪ କୋଟି ଟଙ୍କା ଜମା ରହିଛି । ୨ ଲକ୍ଷ ୬୫ ହଜାର ଟଙ୍କା ନଗଦ ମିଳିଥିବା ବେଳେ ୪୪୧ ଗ୍ରାମର ସୁନା ଓ ୭୦୦ ଗ୍ରାମର ରୂପା ଅଳଙ୍କାର ମିଳିଛି । ୨ଟି ବାଇକ୍ ସହ ୫ ଲକ୍ଷ ୪୭ ହଜାର ଟଙ୍କାର ଅନ୍ୟ ସାମଗ୍ରୀ ମିଳିଛି ।

Leave A Reply

Your email address will not be published.