Latest Odisha News

ଶୁଭ୍ରାଂଶୁଙ୍କୁ ଛାଡିଲା ଚେନ୍ନାଇ ସୁପର କିଙ୍ଗସ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ଫ୍ରାଂଚାଇଜ ଟିମଗୁଡିକ ଖେଳାଳିଙ୍କ ରିଟେନଶନ ଓ ରିଲିଜ ଲିଷ୍ଟ ଜାରୀ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓଡିଶାର ଷ୍ଟାର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ରିଲିଜ କରିଛି । ଯାହାକି ଓଡିଶା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଶୁଭ୍ରାଂଶୁ ଗୋଟିଏ ବି ମ୍ୟାଚରେ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ୨୦୨୨ ଓ ୨୩ରେ ଚେନ୍ନାଇ ତାଙ୍କୁ ଟିମରେ ନେଇଥିଲା । ଅନ୍ୟ ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରେ ବେନ ଷ୍ଟୋକ୍ସ, ଡ୍ୱନ ପ୍ରେଟୋରିୟସ, ଅମ୍ବାତି ରାୟୁଡୁ, କାଇଲ ଜେମିସନ, ଭଗତ ବର୍ମା ଓ ଆକାଶ ସିଂଙ୍କୁ ମଧ୍ୟ ଦଳ ରିଲିଜ କରିଛି ।

ଚାମ୍ପିୟନ ଚେନ୍ନାଇ ଟିମ ୩୦ କୋଟି ସହିତ ନିଲାମରେ ପ୍ରବେଶ କରିବାକୁ ଚାହୁଁଛି । ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ବେସ ପ୍ରାଇସରେ ଦଳରେ ନିଆ ଯାଇଥିଲା । ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ କ୍ରୟ କରିଥିବାରୁ ସେ ରିଲିଜ ହେବା ଫଳରେ ଦଳର ମୋଟା ଅଙ୍କା ଅର୍ଥ ବଂଚିଛି ।

Leave A Reply

Your email address will not be published.