Latest Odisha News

BREAKING NEWS

ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ, ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ

ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ l ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ । ସମସ୍ୟା ଭିତରେ ସହର ବାସି l ଖଡ଼ିଆଳ ସହରରେ ଥିବା ତିନୋଟି ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୁମ୍ଭକର୍ଣ୍ଣ ନିଦ୍ରା ରେ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ।

ନୂଆପଡା: ନୂଆପଡା ଜିଲ୍ଲାର ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ଜନ ଗହଳି ସ୍ଥାନରେ ରାଜ କରୁଛି ବିଦେଶୀ ମଦ ଦୋକାନ । ଏନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଜନ ଅସନ୍ତୋଷ ଦେଖାଦେଉଛି । ମଦ ଦୋକାନ ଗୁଡିକ ସହରର ପ୍ରାଣକେନ୍ଦ୍ରରେ ଥିବା ହେତୁ ବିଗୁଡୁଛି ପରିବେଶ । ଅତିଷ୍ଟ ହେଉଛନ୍ତି ହଜାର ହଜାର ଲୋକେ ।

ସହରର ବ୍ୟସ୍ତ ବହୁଳ ଜନ ଗହଳି ପୂର୍ଣ୍ଣ ଗୁରୁନାନକ ଛକରେ ଦୁଇଟି ବିଦେଶୀ ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ବିଗିଡିବା ସହ ସହର ବାସୀଙ୍କୁ ବିଭିନ୍ନ ଅସୁବିଧା ହେଉଥିବା ଅଭିଯୋଗ ହେଉଛି l ଏହି ଛକ ଦେଇ ସ୍କୁଲ କେଲେଜ ,ଗୁରୁଦ୍ୱାର, ମନ୍ଦିର, ମିଶନ ଶକ୍ତି କାଫେ ଆଦି ଥିବା ବେଳେ ବିଭିନ୍ନ ସରକାରୀ ଅଫିସକୁ ଯାଉଛନ୍ତି ଲୋକେ । ଏଠାରେ ମଦୁଆଙ୍କ ଉନ୍ମୋତ କାଣ୍ଡ ସାଙ୍ଗକୁ ମଦ ଦୋକାନରେ ମଦୁଆଙ୍କ ଭିଡ଼ ପାଇଁ ଟ୍ରାଫିକ ସମସ୍ୟା ସାଙ୍ଗକୁ ସଡ଼କ ଦୁର୍ଘଟଣା ମାନ ଘଟୁଛି l ବିଦେଶୀ ମଦ ଦୋକାନ ସହ ଖଡ଼ିଆଳ ସହରର ସ୍ଥାନେ ସ୍ଥାନେ ମଦ କୋଠି ମାନ ରହିଛି । ନିଶା କାରବାରରେ ନିଶା ବ୍ୟବସାୟୀଙ୍କ ସହ ବିଭାଗୀୟ କର୍ମଚାରୀ ମଧ୍ୟ ମାଲେମାଲ ହେଉଥିବା ବେଳେ ହଇରାଣର ଶିକାର ହେଉଛନ୍ତି ଖଡ଼ିଆଳ ସହର ବାସୀ । ଏହା ସହ ଛାପା ମୂଲ୍ୟରୁ ଚଢା ଦରରେ ମଦ ବିକ୍ରିର ଅଭିଯୋଗ ହେଉଥିଲେ ହେଁ ଅବକାରୀ ବିଭାଗ ଚୁପ ବସିଛି । ଏହି ସବୁ  ସରକାରୀ ସ୍ବୀକୃତି ପ୍ରାପ୍ତ ଦୋକାନ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ  ଗତ ଛଅ ମାସ ତଳେ ସହରବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ।

ବର୍ତ୍ତମାନ ସହରରେ ଥିବା ତିନୋଟି  ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଖଡ଼ିଆଳ ଏନଏସିର ଏକ ସ୍ୱତନ୍ତ୍ର ବୈଠକରେ ପ୍ରସ୍ତାବ ଆଗତ କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯାଇଛି l  ଏମିତିକି ପ୍ରତ୍ୟେକ ବର୍ଷ ଏନଏସି ପକ୍ଷରୁ ହେଉଥିବା ନୋ ଅବଜେକ୍ସନ ନିୟମକୁ ମଧ୍ୟ ଅବମାନନା କରି ମଦ ଦୋକାନ ଚାଲିଥିବା ବେଳେ ଏଥିରେ ଚୁପ ରହିଛି ଅବକାରୀ ବିଭାଗ । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନନେଲେ ଆଗାମୀ ଦିନରେ ସହରବାସୀ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସମୂହ କାଉନସିଲରଙ୍କ ସହ ଅଞ୍ଚଳ ବାସୀ । ଅପରପକ୍ଷରେ ନିୟମରେ କୌଣସି ବ୍ୟତିକ୍ରମ ହୋଇ ନାହିଁ  ଅଭିଯୋଗ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଖଡ଼ିଆଳ ଅବକାରୀ ଅଧିକାରୀ l

Leave A Reply

Your email address will not be published.