Latest Odisha News

BREAKING NEWS

କୋନୱେଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ଲେ ଅଫରେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ଟିମ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫକୁ ଉନ୍ନୀତ ହୋଇଥିଲା । ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ୭୭ ରନରେ ଦିଲ୍ଲୀକୁ ପରାସ୍ତ କରିଥିଲା । ଏଥିସହ ଚେନ୍ନାଇ ଲିଗ ପର୍ଯ୍ୟାୟରେ ୧୪ ମ୍ୟାଚରୁ ୧୭ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସିଏସକେ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ କରିଥିଲା । ରିତୁରାଜ ଗାଏକ୍ୱାଡ ୭୯, ଡେଭନ କୋନୱେ ୮୭ ଓ ଶିବମ ଦୁବେ ୨୨ ରନ କରିଥିଲେ । ଜବାବରେ ୨୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିବାକୁ ସକ୍ଷମ ହୋଇଥିଲା

। ଡେଭିଡ ୱାର୍ଣ୍ଣର ସର୍ବାଧିକ ୮୬ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳ ପରାଜୟର କାରଣ ସାଜିଥିଲା । ଦୀପକ ଚହର ଚେନ୍ନାଇ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ମହୀଶ ତିଖାନା ଓ ମାଥିଷା ପାଥିରନା ୨ଟି ଲେଖାଁଏ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଗାଏକ୍ୱାଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦିଲ୍ଲୀ ୧୦ ପଂଏଟ ହାସଲ କରି ଅଭିଯାନ ଶେଷ କରିଛି ।

Leave A Reply

Your email address will not be published.