Latest Odisha News

ମହିଳାଙ୍କ ଓଜନ ୩୩୦ କିଲୋ: ବିମାନରେ ଚଢିଗଲେ ସିନା ସିଟରେ ବସିବା କଷ୍ଟକର

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଏହି ମେଦବହୁଳତା ହେତୁ ଅନେକ ରୋଗ ବି ଦେଖାଦେଇଥାଏ । ଏହି କାରଣରୁ ଲୋକମାନେ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ମେଦବହୁଳତାକୁ ଏକ ସମସ୍ୟା ଭାବରେ ଦେଖନ୍ତି ନାହିଁ । ଆରାମରେ ଖାଇବା ପିଇବା କରିଥାନ୍ତି । ଜଣେ ଯୁବତୀଙ୍କ ମେଦବହୁଳତା ଯୋଗୁ ବିମାନରେ କ’ଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେ ବିଷୟରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

୩୩୦ କିଲୋ ଓଜନର ଅଲିଭିଆ ନାମକ ଜଣେ ଯୁବତୀ ବିମାନରେ ଯାତ୍ରା କରୁଥିଲେ । ସେ ବିମାନରେ ନିଜ ସିଟ୍ ପର୍ଯ୍ୟନ୍ତ ଯିବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାରଣ ଏତେ ମୋଟା ଯୋଗୁ ସେ ନିଜ ସିଟ୍‌କୁ ଯାଇପାରି ନ ଥିଲେ । ତାଙ୍କ ଶରୀର ଅନେକ ସ୍ଥାନରେ ଅଟକି ଯାଇଥିଲା । ବହୁ କଷ୍ଟରେ ସିଟ୍ ପର୍ଯ୍ୟନ୍ତ ଯାଇଥିଲେ ବି ସିଟ୍‌ରେ ବସି ପାରି ନ ଥିଲେ । ପରେ ବିମାନ ପରିଚାରିକାଙ୍କ ସହଯୋଗରେ ଆଗ ସିଟ୍‌ରେ ବସିବା ପାଇଁ ସକ୍ଷମ ହେଲେ । ତେବେ ଏହାର ଏକ ଭିଡ଼ିଓ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅଲିଭିଆ କହିଛନ୍ତି ଯେ, ବିମାନରେ ମୋଟା ଲୋକଙ୍କୁ ଅନ୍ୟ ଯାତ୍ରୀମାନେ ଅଲଗା ନଜରରେ ଦେଖିଥାନ୍ତି । ମୁଁ ବିମାନକୁ ସିନା ଚଢିଗଲି । ହେଲେ ସିଟ୍ ପର୍ଯ୍ୟନ୍ତ ଯିବା ମୋ ପାଇଁ କାଠିକର ପାଠ ହୋଇଗଲା । ମୋର ଏପରି ଅସୁବିଧାକୁ ଦେଖି କିିଛି ଲୋକ ହସୁଥିବା ବେଳେ ଆଉ କିଛି ଦୁଃଖ ପ୍ରକାଶ କରିଥିବା ମୁଁ ନଜର କରିଥିଲି । ଏଥିପ୍ରତି ବିମାନ କମ୍ପାନୀ ମାଲିକମାନେ ଦୃଷ୍ଟି ଦେବା ଉଚିତ୍ । ମୋଟା ଲୋକଙ୍କ ଲାଗି ପ୍ରଶସ୍ତ ସିଟ୍‌ର ବ୍ୟବସ୍ଥା କରିବା ଉଚିତ୍ । ନିଜ ଶରୀରକୁ ନେଇ ମୁଁ ବହୁତ ଖୁସି ଅଛି । ଆଉ ଓଜନ ହ୍ରାସ କରିବାକୁ ଚେଷ୍ଟା କରିବି ନାହିଁ ।

ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଓଜନ ହ୍ରାସ କରିବା ପାଇଁ ଅଲିଭିଆଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.