Latest Odisha News

BREAKING NEWS

କଲେଜ ପିଲାଙ୍କ ଖରା ଛୁଟି ମାତ୍ର ୧୬ ଦିନ; ଶୀଘ୍ର କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖରା ଦିନିଆ ଛୁଟିକୁ କମେଇ ଦେଇଛନ୍ତି । କେବଳ ଜୁନ୍୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଛୁଟି ମିଳିଛି । କରୋନା ମହାମାରୀ ପାଇଁ ଲମ୍ବା ସମୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଲମ୍ବା ସମୟ ଧରି ବନ୍ଦ ରହିଥିଲା । ଏହି ସମୟରେ ଅନଲାଇନ କ୍ଲାସ ର ବ୍ୟବସ୍ଥା ହୋଇଥିଲେ ବି ତାହା ଯଥେଷ୍ଟ ନଥିଲା । ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ମାତ୍ରାଧିକ କଲେଜରେ ପାଠ ପଢ଼ା ପୂର୍ଣ୍ଣ ହୋଇନି ।

ଏବେ କରୋନା ମାତ୍ରା କମିଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଛୁଟି କାଟି ଅତିରିକ୍ତ କ୍ଲାସ୍ କରି ପାଠ ପଢ଼ା ସାରିବାକୁ ନିଷ୍ପତ୍ତି ନେଇଛି । ଏନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛି । ସୋମବାର ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଚିଠି ଲେଖି ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେଣୁ ଛୁଟି ସଂଖ୍ୟା କମେଇ ଦିଆଯାଇ ପାଠ ପଢ଼ା ସାରିବାକୁ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.