Latest Odisha News

BREAKING NEWS

ଜ୍ୱର କମୁ ନାହିଁ କି, ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ଷା ଋତୁରେ ଜ୍ୱର, ଥଣ୍ଡା ଆଦି ରୋଗ ଅଧିକ ହେଉଥିବା ଦେଖିବାକୁ ମିଳିଥାଏ । ବିନା ଔଷଧରେ ଆପଣଙ୍କ ଜ୍ୱର ଭଲ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର ।

ତୁଳସୀ ପତ୍ର: ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ। ଯାହାଫଳରେ ଏହା ବାକ୍ଟେରିଆ ଆଦିରୁ ରକ୍ଷା କରିଥାଏ। ତୁଳସୀ ପତ୍ର ପାଣିରେ ଫୁଟାଇ ଏଥିରେ ଲବଙ୍ଗ ପାଉଡର ପକାଇ ଥଣ୍ଡା ହେବା ପରେ ଜ୍ୱର ହୋଇଥିବା ରୋଗୀଙ୍କୁ ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ଜ୍ୱର କମିଯାଇଥାଏ।

ପିଆଜ: ପିଆଜ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ। ଏହା ମଧ୍ୟ ଶରୀରର ତାପମାତ୍ରାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ପିଆଜର ଛୋଟ ଛୋଟ ଖଣ୍ଡ କାଟି ଏହାକୁ ପାଦ ତଳେ ଭଲ ଭାବରେ ଘଷି ଦିଅନ୍ତୁ। ଏହାଦ୍ୱାରା ତାପମାତ୍ରା କମ୍ ହୋଇଥାଏ।

ଓଦା କପଡା: ଜ୍ୱର କମ୍ କରିବା ପାଇଁ ଓଦା କପଡା ବା ତୌଲିଆକୁ ଥଣ୍ଡା ପାଣିରେ ବୁଡାଇ ଭଲ ଭାବେ ଚିପୁଡି ଦିଅନ୍ତୁ । ଏହାପରେ କପଡାଟିକୁ ବେକ ଏବଂ ମୁଣ୍ଡ ଉପରେ ଧରି କିଛି ସମୟ ରଖନ୍ତୁ। ପୁଣି ଆଉ ଥରେ ଉକ୍ତ କପଡାକୁ ଥଣ୍ଡା ପାଣିରେ ବୁଡାନ୍ତୁ ଏବଂ ଚିପୁଡି ଶରୀରକୁ ପୋଛି ଦିଅନ୍ତୁ ଏପରି କରିବା ଦ୍ୱାରା ତାପମାତ୍ରା କମିଯାଇଥାଏ।

ସୋରିଷ ତେଲ: ଜ୍ୱର ହୋଇଥିଲେ ଶରୀରର ତାପମାତ୍ରା କମ୍ କରିବା ପାଇଁ ସୋରିଷ ତେଲ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦୁଇ ଚାମଚ ସୋରିଷ ତେଲରେ ୪ ପାଖୁଡା ରସୁଣ ପକାଇ ଏହାକୁ ଗରମ କରନ୍ତୁ। ଏହାପରେ ଗରମ କମିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଅଳ୍ପ ଉଷୁମ ଥିବା ଅବସ୍ଥାରେ ତେଲକୁ ହାତ ଏବଂ ଗୋଡରେ ମାଲିସ୍ କରନ୍ତୁ। ଏପରି କରିବା ଦ୍ୱାରା ଶରୀରର ତାପମାତ୍ରା କମ୍ ହୋଇଥାଏ ।

Leave A Reply

Your email address will not be published.