Latest Odisha News

BREAKING NEWS

ହାଇକୋର୍ଟରେ ଵ୍ୟକ୍ତିଗତ ହାଜର ହେଲେ କଟକ ଜିଲ୍ଲାପାଳ

କଟକ: ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆଜି ହାଇକୋର୍ଟରେ ହାଜର ହେଲେ କଟକ ଜିଲ୍ଲାପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିଛି। ହାଇକୋର୍ଟରେ ଵ୍ୟକ୍ତିଗତ ହାଜର ହୋଇ ସ୍ପଷ୍ଟୀକରଣ ଦେଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେଵ ସିନ୍ଧେ। ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ନେଇ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ। ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ ନେଇ ଥିଲା ସମସ୍ୟା।

ସହରର ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ହାଇକୋର୍ଟ ଅସନ୍ତୋଷ ଥିଲେ। ଯେଉଁଥିପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ। କଟକ ସହର ଟ୍ରାଫିକ୍ ପରିଚାଳନା କମିଟି ଗଠନ ସମ୍ପର୍କରେ ନିର୍ଦ୍ଦେଶ ପାଳନ ନକରିବା ଅଭିଯୋଗରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ କୋର୍ଟ କହିଥିଲେ ଯେ, ଏହି କମିଟିରେ ଜଣେ ଏଡିଏମ୍ ପାହ୍ୟାର ଅଧିକାରୀ ରହିବେ। ହେଲେ କମିଟିରେ ଏଡିଏମ୍ ନଥିବାରୁ କୋର୍ଟ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କଟକ ସହର ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଡିସିପିଙ୍କୁ ଏକ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ କରିବାକୁ କହିଥିଲେ କୋର୍ଟ । କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ପ୍ରସଙ୍ଗ ଉଠିଥିଲା।

Leave A Reply

Your email address will not be published.