Latest Odisha News

BREAKING NEWS

ରୋହିତଙ୍କ ଖେଳିବା ରହସ୍ୟ ଉପରୁ ଉଠିଲା ପରଦା

ମୁମ୍ବାଇ: ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଶେଷ ହେବା ପରେ ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି  । ବୋର୍ଡ ସମ୍ପାଦକ ଦେବଜୀତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ରୋହିତଙ୍କ ସ୍ଥାନ ପ୍ରତି ବର୍ତ୍ତମାନ କୌଣସି ବିପଦ ନାହିଁ । ବିସିସିଆଇ ପଦାଧିକାରୀଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ୍, ଟି୨୦ ଅଧିନାୟକ ଶ୍ରେୟସ ଆୟର ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏହି ବୈଠକରେ ଉପସ୍ଥିତ ଥିଲେ । ନିଜସ୍ୱ କାରଣରୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅନୁପସ୍ଥିତ ଥିଲେ ।

ଟିମ୍ ଇଣ୍ଡିଆର ସାମ୍ପ୍ରତିକ ପ୍ରଦର୍ଶନ, ଖେଳାଳିଙ୍କ ଆଘାତ ସମସ୍ୟା  ଏବଂ ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ କାର୍ଯ୍ୟପନ୍ଥା ଉପରେ ବ୍ୟାପକ ସମୀକ୍ଷା କରାଯାଇଥିଲା । ଗଣମାଧ୍ୟମ ସହ ଆଲୋଚନା ବେଳେ ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ କହିଛନ୍ତି ଯେ, ରୋହିତ ଶର୍ମା ବର୍ତ୍ତମାନ ଦମଦାର ବ୍ୟାଟିଂ କରୁଛନ୍ତି । ଲର୍ଡସ ଦିନିକିଆରେ ତାଙ୍କର ଶତକୀୟ ଇନିଂସର ଉଦାହରଣ ଦେଇ ସେ ପ୍ରଶ୍ନ କରିଥିଲେ ଯେ, ସେ ସବୁ ମ୍ୟାଚରେ ଚମତ୍କାର ଖେଳୁଛନ୍ତି, ଆପଣଙ୍କୁ ଏହାଠାରୁ ଅଧିକ ଆଉ କ’ଣ ଦରକାର ? ଗୁଜବକୁ ପ୍ରଶ୍ରୟ ଦେବାର କୌଣସି ଆବଶ୍ୟକତା ନାହିଁ ।

Leave A Reply

Your email address will not be published.