Latest Odisha News

BREAKING NEWS

ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ, କହିଲେ, କୋଭିଡ୍‌ ଟୀକା ନ ନେଲେ କଟିବନି ଦରମା

କଟକ: ବଦଳିଲା କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ୍‌ ଟୀକା ନ ନେଲେ ଦରମା କଟିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ବଦଳିଯାଇଛି । ବିଭିନ୍ନ ମହଲରୁ ସମାଲୋଚନା ପରେ ସ୍ପଷ୍ଟୀକରଣ ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଟୀକା ନ ନେଲେ ଦରମା କଟାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କ ଟୀକାକରଣ ହାରରେ କଟକ ଜିଲ୍ଲା ପଛରେ ଥିବାରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । ସାରା ଭାରତରେ ତେବେ କୋଭିଡ୍‌ ଟୀକା ନେବା ଇଚ୍ଛାଧୀନ ହୋଇଥିବାରୁ ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା ।

Leave A Reply

Your email address will not be published.