Latest Odisha News

କଟକ ଡବଲ ମର୍ଡର ଘଟଣା; ୫ ବର୍ଷ ପରେ ଧରାପଡିଲେ ଅଭିଯୁକ୍ତ

କଟକ: କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଡବଲ ମର୍ଡର ଘଟଣା । ୫ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଧାଫାସ କରିଛି କମିଶନରେଟ୍ ପୋଲିସ । ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାସନ୍ତୀ ଓ ସନ୍ତୋଷ । ଉଭୟ ସମ୍ପର୍କରେ ସ୍ବାମୀ ଓ ସ୍ତ୍ରୀ ।

ସୂଚନା ମୁତାବକ, ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟା ସମୟରେ ବେଲେଶ୍ୱରରେ ରହୁଥିବା ବୃଦ୍ଧ ଦମ୍ପତ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ ଘରେ କାମ କରୁଥିବା ଚାକରାଣୀ ବାସନ୍ତୀ ଓ ତାର ସ୍ୱାମୀ ସନ୍ତୋଷ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା ।

ହତ୍ୟାକାଣ୍ଡ ଘଟାଣ ଉଭୟ ଫେରାର ଥିଲେ ଯାହା ସନ୍ଦେହ ଘେରକୁ ଟାଣିଥିଲା । ଏବଂ ବାସନ୍ତୀର ମୋବାଇଲ ମଧ୍ୟ ବନ୍ଦ ରହିଥିଲା ଯାହା ପୋଲିସର ସନ୍ଦେହକୁ ଆହୁରି ବଢାଇଥିଲା । ତେବେ ଦୀର୍ଘ ପାଞ୍ଚ ବର୍ଷ ପରେ ଆଜି ବାସନ୍ତୀ ଓ ତାର ସ୍ବାମୀ ସନ୍ତୋଷକୁ ଗିରଫ କରିଛି କମିଶନରେଟ ପୋଲିସ ।

Comments are closed.