Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲା: ଜେଲ ଗଲେ ଦୁଇ ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣାର ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତେଷ ବେହେରା ଓରଫ ଟିକି ଓ ତାର ସହଯୋଗୀ ରାକେଶ କୁମାର ରାଉତକୁ ପୁଲିସ ଗିରଫ କରି ଚୈାଦ୍ୱାର ଜେଲ ହାଜାତକୁ ପଠାଇ ଦେଇଛି । ଆହତ ନାବାଳିକାକୁ ବସୁନ୍ଧରାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ କଟକ ଡିସିପି ଭେଟିଛନ୍ତି ।

ପୀଡିତାର ପାଠପଢାରେ ସବୁପ୍ରକାର ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ଉଭୟ ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ସଂପର୍କରେ ଉପଯୁକ୍ତ ତଦନ୍ତ ପାଇଁ ସିଡବ୍ଲୁସି ପକ୍ଷରୁ ଗଠିତ ଟିମ ପିଡିତା ସହ ଆଲେଶଚନା କରିଛନ୍ତି ।

ପୁଲିସ ଦେଇଥିବା ସୁଚନା ଅନୁଯାଇ, ଅଭିଯୁକ୍ତ ଉଦିମୁଳ ନିକଟରେ ଟିକି ଡଙ୍ଗାରେ ନଦୀ ପଠାକୁ ଚାଲିଯାଇ ଲୁଚି ରହିଥିବା ବେଳେ ପୁଲିସ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ପୁର୍ବରୁ ଅଭିଯୁକ୍ତର ସହଯୋଗୀ ରାକେଶ କୁମାର ଓରଫ ରାଜାକୁ ପୁଲିସ ଗିରଫ କରିଥିଲା । ଉଭୟଙ୍କୁ ଡାକ୍ତରୀ ମଇନା ପରେ ପୁଲିସ ମେସାନଙ୍କୁ କୋର୍ଟରେ ହାଜର କରିଥଇଲେ । କୋର୍ଟରେ ଉଭୟଙ୍କର ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଚୈାଦ୍ୱାର କୋର୍ଟକୁ ପୁଲିସ ଚାଲାଣ କରିଛି ।

ସୁଚନାଯୋଗ୍ୟ, ଦୁଇ ଅଭିଯୁକ୍ତ ତିର୍ତୋଲ ଅଞ୍ଚଳରେ ଏହି ନାବାଳିକାକୁ ଏକ ଚିକେନ୍ କାଉଣ୍ଟର ପଛ ପଟେ ତଳଦଣ୍ଡା କେନାଲ କୁଳରେ ଥିବା ଏକ ଘରେ ୨୨ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ହୋଇଥିଲା ।

Leave A Reply

Your email address will not be published.