Latest Odisha News

BREAKING NEWS

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାରଙ୍କ ଘରେ ଓ ଅଫିସ୍‌ରେ ଭିଜିଲାନ୍ସ ଚଢଉ

କରଞ୍ଜିଆ: ବେଆଇନ ଖଣି ଲିଜ୍ କମାଉଥିଲ କୋଟି କୋଟି ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଜାଲରେ ଫସିଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଦୁର୍ନୀତି ଅଭିଯୋଗରେ କଟକ ଭିଜିଲାନ୍ସସ ଟିମ୍‌ ତହସିଲଦାରଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ପୈତୃକ ଘରେ ଚଢଉ କରୁଛି। ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ତାଙ୍କ ବିରୋଧେ ଅଭିଯୋଗ ରହିଛି

ସୂଚନା ଅନୁସାରେ, ତହସିଲଦାର ଚାର୍ଲସ ନାୟକଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦୁର୍ନୀତିର ରେକର୍ଡ ରହିଛି। ସେ ବାଲେଶ୍ୱର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ ମଧ୍ୟ ଦୁର୍ନୀତି କରିଥିଲେ। ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ତାଙ୍କୁ ଆଉ ଏକ ଜିଲ୍ଲାକୁ ବଦଳି କରାଯାଇଥିଲା ହେଲେ ସେ ବର୍ଷେ ତଳେ ପୁଣି କରଞ୍ଜିଆ ତହସିଲଦାର ଭାବେ ବଦଳି ହୋଇ ଆସି ଏଠି ବି ଦୁର୍ନୀତି ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି

 ଖବର ପାଇ ଭିଜିଲାନ୍ସ ଟିମ୍ ଆଜି ସକାଳ ୭ଟା ବେଳେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚିଥିଲା। ସେଠାରେ ଚଢ଼ଉ କରି ସବୁ ଫାଇଲ ପତ୍ରର ତନ୍ନ ତନ୍ନ କରି ଖୋଜିଥିଲା। ଘରେ ଚଢ଼ାଉ ସାରି ଏଭେ ସରକାରୀ କାର୍ଯ୍ୟାଳୟରେ ଚଢଉ କରୁଛି ଭିଜିଲାନ୍ସ।

Leave A Reply

Your email address will not be published.