Latest Odisha News

BREAKING NEWS

ସାବଧାନ: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ରେଳବାଇ ମାଗେନାହିଁ

ଭୁବନେଶ୍ୱର: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ରେଳବାଇ ମାଗେନାହିଁ ବୋଲି ପ୍ରକାଶ କରିଛି।

ସୂଚନା ଅନୁଯାୟୀ କିଛି ଅସାଧୁ ବ୍ୟକ୍ତି ଫୋନ କଲ ମାଧ୍ୟମରେ ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ ରେଳ ବ୍ୟବହାରକାରୀ ମାନଙ୍କ ଡେବିଟ୍/କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ମାଗି ଫେରସ୍ତ ରାଶି ସ୍ଥାନାନ୍ତର କରିବାକୁ କହୁଥିବାର ଅଭିଯୋଗ ରେଳ ପ୍ରଶାସନର ନଜରକୁ ଆସିଅଛି।

ରେଳବାଇ ଏହାର ମୂଲ୍ୟବାନ ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର ବିବରଣୀ କାହାକୁ ପ୍ରକାଶ ନକରିବାକୁ ପରାମର୍ଶ ଦେଇଛି।

ଭାରତୀୟ ରେଳବାଇ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀମାନେ କୌଣସି ସ୍ଥାନରେ ଯେପରିକି ଆରକ୍ଷଣ କେନ୍ଦ୍ର/ବୁକିଂ କାଉଣ୍ଟର/ୱେଟିଂ ହଲ/ଷ୍ଟେସନ ଇତ୍ୟାଦି ଠାରେ ଗ୍ରାହକ କିମ୍ବା ରେଳବ୍ୟବହାରକାରୀ ମାନଙ୍କୁ କୌଣସି ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ ସୂଚନା ମାଗନ୍ତି ନାହିଁ, ଯେପରିକି ଡେବିଟ୍/କ୍ରେଡିଟ୍ କାର୍ଡ ନମ୍ବର, ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର, ପ୍ୟାନ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଇତ୍ୟାଦି।

ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଗ୍ରାହକ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ସେମାନଙ୍କର ବ୍ୟାଙ୍କିଙ୍ଗ ସୂଚନା କିମ୍ବା ଗୁପ୍ତ ନମ୍ବର କାହାକୁ ନ ଜଣାଇବାକୁ ପରାମର୍ଶ ଦେଇଛି ଏବଂ ସେହି ଅନୁଯାୟୀ ରେଳ ଭିଜିଲାନ୍ସକୁ ମଧ୍ୟ ସୂଚନା ଦେବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.