Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ଚିଠିରେ ଲେଖିଛନ୍ତି, ୪ରୁ ୫ ବର୍ଷ ମଧ୍ୟରେ ଭୁବନେଶ୍ୱରର ଜନସଂଖ୍ୟା ୨୦ ଲକ୍ଷ ଟପିଯିବ । ଏବେ ଦ୍ୱୈତ ନଗରୀର ଜନସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି । ତେଣୁ ଏହାକୁ ନଜରରେ ରଖି ଭୁବନେଶ୍ୱର-କଟକରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା କରାଯାଉ । ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଆରମ୍ଭ କରି ପ୍ରରେ କଟକକୁ ବିସ୍ତାର କରାଯାଇ ପାରିବ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦ ପ୍ରତିଶତ ଲେଖାଏଁ ଅନୁଦାନରେ ମେଟ୍ରୋ ସେବା ଆରମ୍ଭ ହୋଇ ପାରିବ । ଏହାଦ୍ୱାରା ଲୋକେ ଉପକୃତ ହେବା ସହ ଦ୍ୱୈତ ନଗରରୀ ବାଣିଜ୍ୟିକ କାରବାର ଆହୁରି ବଢ଼ିବ ବୋଲି ସାଂସଦ ଲେଖିଛନ୍ତି । ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଅପରାଜିତା ।

Leave A Reply

Your email address will not be published.