Latest Odisha News

BREAKING NEWS

୩୦ ଜିଲ୍ଲାରେ ବୁଲିବ ସାଇବର ସଚେତନତା ରଥ : ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୩୦ ଜିଲ୍ଳାରେ ବୁଲିବ ସାଇବର ସଚେତନତା ରଥ। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି  । ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ତାରିଖରୁ  ଏହି ରଥ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ବୁଲି ଲୋକଙ୍କୁ ସଚେତନ କରିବ  ।

ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ,  ସମାଜସେବୀ, ବିଭିନ୍ନ ଏନଜିଓ ଗୁଡିକ ସାମିଲ ହେବାକୁ ଆହ୍ବାନ କରିଛନ୍ତି ଆରକ୍ଷୀ ଅଧିକ୍ଷକ। ସାଇବର ଅପରାଧରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଲୋକଙ୍କୁ ସଚେତନ କରିବ ଏହି ରଥ । ସାଇବର ଅପରାଧୀଙ୍କ କବଳରୁ କେମିତି ମୁକୁଳିବେ ,  ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ କ’ଣ କରିବେ , ସେ ନେଇ  ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରାଯିବ  ।

Leave A Reply

Your email address will not be published.