Latest Odisha News

BREAKING NEWS

ମଣିଷଠାରୁ ଭିନ୍ନ ରାସାୟନିକ ପ୍ରକ୍ରିୟାରେ ଏଲିୟନ୍ସଙ୍କ ଜନ୍ମ !

ନୂଆଦିଲ୍ଲୀ: ଏଲିୟନ୍ସଙ୍କ ଅସ୍ତିତ୍ୱ ନେଇ ବୈଜ୍ଞାନିକମାନେ ଗବେଷଣା ଜାରୀ ରଖିଛନ୍ତି । ଏବେ ଗବେଷକମାନେ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଯେଉଁ ରାସାୟନିକ ପ୍ରକ୍ରିୟା ଏବଂ ପରିବେଶରେ ମନୁଷ୍ୟର ସୃଷ୍ଟି ତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଲିୟନ୍ସ ଉତ୍ପତି । ମାଆ ଗର୍ଭରେ ସ୍ୱତଃ ରାସାୟନିକ ପ୍ରକ୍ରିୟା ଯୋଗୁ ଯେଉଁ ଭଳି ଭାବେ ସନ୍ତାନ ଜନ୍ମ ହୋଇଥାଏ ତାଠାରୁ ଏଲିୟନ୍ସ ପ୍ରକ୍ରିୟା ଭିନ୍ନ ବୋଲି କହିଛନ୍ତି । ବୈଜ୍ଞାନିକଙ୍କ ତତ୍ୱ ଅନୁସାରେ ପୃଥିବୀ ପୃଷ୍ଠରେ କାର୍ବନିକ ଯୌଗିକ ପ୍ରକ୍ରିୟା ଯୋଗୁ ମନୁଷ୍ୟର ସୃଷ୍ଟି । ଏଥିରେ କାର୍ବନ ବ୍ୟତୀତ ଫସଫରସ, ସଲଫର, ନାଇଟ୍ରୋଜେନ, ଅକ୍ସିଜେନ ଓ ହାଇଡ୍ରୋଜେନ ପରି ତତ୍ୱ ସାମିଲ ।

ସେହିପରି ଭିନ୍ନ ଏକ ରସାୟନିକ ପ୍ରକ୍ରିୟାରେ ଏଲିୟନ୍ସକୁ ଜୀବନ ଦେଇପାରିଥାଏ । ଯାହା ଫଳରେ ଯେଉଁଠାରେ ମଣିଷ ବଂଚିପାରିବ ନାହିଁ ସେଠାରେ ଏଲିୟନ୍ସ ଜୀବିତ ରହି ପାରୁଛନ୍ତି । କୋଷ ବିଭାଜନ ଦ୍ୱାରା ଜୀବନ ନିର୍ମାଣ ହୋଇଥାଏ । ଏଲିୟନ୍ସର ଉତ୍ପତି ଅଟୋକ୍ୟାଟେଲେସିସ ଏବ୍ରିୟୋଜେନେସିସ ମାଧ୍ୟମରେ ହୋଇପାରିଥାଏ । ଏ ନେଇ ଅଧିକରୁ ଅଧିକ ଗବେଷଣା କରାଗଲେ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.